Report Card Odisha

| Daily Odia News

୭୯ ବର୍ଷ ବୟସରେ ପଦାର୍ପଣକଲେ ଶେହଂଶାହ ବିଗ୍ ବି ଅମିତାଭ ବଚ୍ଚନ….

ରିପୋର୍ଟ କାର୍ଡ / ମୁମ୍ବାଇ

ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନ ଆଜି ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୯୪୨ ମସିହା ଅକ୍ଟୋବର ୧୧ରେ ତାଙ୍କର ଜନ୍ମ ଆହ୍ଲାବାଦରେ ହୋଇଥିଲା । ଟ୍ରାଜେଡି, କମେଡ଼ି, ଆକ୍ସନ, ରୋମାନ୍ସ କିମ୍ବା ପାରିବାରିକ ସିନେମା ହେଉ ସବୁ ଚରିତ୍ରରେ ସେ ଫିଟ୍‌। ଆଖି ପାଉ ନ ଥିବା ଉଚ୍ଚତା ସାଙ୍ଗକୁ ଦମଦାର ଡାଏଲଗ୍‌ । ଏପରି ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ବଲିଉଡର ଶେହନଶାହ ଅମିତାଭ ବଚ୍ଚନ |ପ୍ରତି ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଥିବା ଅମିତାଭଙ୍କ ନିକଟକୁ ସାରା ଦେଶରୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛାର ସୁଅ। ପ୍ରସିଦ୍ଧ ହିନ୍ଦୀ କବି ହରିବଂଶରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ବଡ଼ ପୁଅ ଭାବେ ୧୯୪୨ ମସିହାରେ ଆହ୍ଲାବାଦରେ ଜନ୍ମ ନେଇଥିଲେ ଇନକଲାବ୍ ଶ୍ରୀବାସ୍ତବ ତଥା ଆଜିର ଅମିତାଭ୍ ବଚ୍ଚନ । ୧୯୬୯ରେ ପ୍ରଥମେ ମୃଣାଳ ସେନ୍‌ଙ୍କ ‘ଭୁବନ ସୋମ୍‌’ରେ କଣ୍ଠଦାନ ପରେ, ସେହି ବର୍ଷ ‘ସାତ୍ ହିନ୍ଦୁସ୍ତାନୀ’ରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ତେବେ ୧୯୭୩ରେ ‘ଜଞ୍ଜିର’ ଫିଲ୍ମ ତାଙ୍କୁ ଦେଇଥିଲା ଅଭୁତପୂର୍ବ ଲୋକପ୍ରିୟତା ।

ସେବେଠୁ ଦୀର୍ଘ ୫୦ ବର୍ଷର କ୍ୟାରିୟର୍, ୧୯୦ରୁ ଅଧିକ ଫିଲ୍ମ ତା ଭିତରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ମିଳିଛି ଅଜସ୍ର ସମ୍ମାନ ଓ ପ୍ରଶଂସା। ୨୦୧୮ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଅମିତାଭଙ୍କୁ ଆଣିଛି ସ୍ୱତନ୍ତ୍ର ପରିଚୟ । ଛୋଟ ପରଦାରେ କୌନ ବନେଗା କରୋଡ଼ପତିର ସଂଚାଳକ, ଜଣେ କବି ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ବିଗ୍ ବିଙ୍କର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ୧୯୭୫ରେ ଏକ ଓଡ଼ିଆ ଫିଲ୍ମ ମୁକ୍ତାରେ ଶତୃଘ୍ନ ସିହ୍ନା ଓ ରେଖାଙ୍କ ସହ ଅଭିନୟ କରିଥିଲେ ଅମିତାଭ । ହେଲେ ତାହା ରିଲିଜ୍ ହୋଇପାରି ନଥିଲା (ପାର ଡାଏଲଗ୍) ତେବେ କ୍ୟାରିୟରର ସେକେଣ୍ଡ୍ ଇନିଂସରେ ପୂର୍ବାପେକ୍ଷା ଅଧିକ ଶାଣିତ ଅଭିନୟ ଯାଦୁ ଦର୍ଶକଙ୍କୁ ଯୋଗାଇଛି ଭରପୁର ମନୋରଞ୍ଜନ।

 

Breaking News