Report Card Odisha

| Daily Odia News

୧୦୦ ଲକ୍ଷ କୋଟିର ‘ଗତିଶକ୍ତି’ ମାଷ୍ଟର୍‌ ପ୍ଲାନ୍‌ ଶୁଭାରାମ୍ଭଵ କଲେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତିଶକ୍ତି ପ୍ରକଳ୍ପ ଅନ୍ତର୍ଗତ ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ ମଜବୁତ କରାଯିବା ସହିତ ରେଳବାଇ ଏବଂ ସଡକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସେହିପରି ବିମାନ ଯାତ୍ରା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ତଥା ବିମାନବନ୍ଦର ସଂଯୋଗ, ଜଳପଥ ବିକାଶ, ସହରରେ ସ୍ମାର୍ଟ କନେକ୍ଟିଭିଟି, ଇ-ହାଇଓ୍ବେ ଭଳି ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ଏଥିରେ ରେଳବାଇ, ପେଟ୍ରୋଲିୟମ, ଶକ୍ତି, ବିମାନ ଚଳାଚଳ, ସଡକ ପରିବହନ, ଜାହାଜ, ଆଇଟି, ଟେକ୍ସଟାଇଲ ଇତ୍ୟାଦି ୧୬ ଟି ମନ୍ତ୍ରଣାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିକାଶ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ପ୍ରକଳ୍ପକୁ ଜିଆଇଏସ ମୋଡରେ ରଖାଯାଇଛି। ପ୍ରକଳ୍ପଗୁଡ଼ିକୁ ୨୦୨୪-୨୫ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଗତି ପାଇଁ ଇଛାଶକ୍ତି, ପ୍ରଗତି ଲାଗି କାର୍ଯ୍ୟ, ସମୃଦ୍ଧି ପାଇଁ ପ୍ରଗତି, ପ୍ରଗତି ପାଇଁ ଯୋଜନା, ପ୍ରଗତି ହିଁ ପସନ୍ଦ। ଗତି ଶକ୍ତି ଯୋଜନା ଦ୍ୱାରା ଭାରତର ଇଛାଶକ୍ତି ବୃଦ୍ଧି ପାଇବା ସହିତ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ନୂଆ ଆଧ୍ୟାୟ ଯୋଡ଼ିି ହେବ। ଏହା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

Breaking News