ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ଘଟଣାରେ ପୋଲିସ୍ ଛାନଭିନ କରୁଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ଆତ୍ମସର୍ପଣ କରିଥିବା ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣି ପଚରାଉଚରା କରୁଛି | ଏଥିପାଇଁ କମିଶନରେଟ ପୋଲିସ୍ର ଏକ ୪ ଜଣିଆ ଟିମ୍ ଫୁଲବାଣୀ ଯାଇଥିଲା। ଗତକାଲି ସକାଳେ ମୃତ୍ୟୁଞ୍ଜୟ ଓ ଦୀନେଶ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ। ଏମାନେ ଫୁଲବାଣୀ ସହରର ବୋଲି ଜଣାପଡ଼ିଛି। ପୂର୍ବରୁ ମଙ୍ଗଳବାର ଫୁଲବାଣୀ ସହରର ଆଉ ଜଣେ ଯୁବକଙ୍କୁ ପୋଲିସ ଏହି ମାମଲାରେ ପଚରାଉଚରା କରୁଛି। ସେହିପରି ଭୁବନେଶ୍ୱରରେ ଅନ୍ୟ ୨ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଏହି ୨ ଜଣ ଏକ କାର୍ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍କୁ ଯାଇଥିଲେ। ସେହିଦିନ ସାଉଥ ସିଟି ବାର୍କୁ କନ୍ଧମାଳର କିଛି ଯୁବକ ମଧ୍ୟ ଆସିଥିଲେ ବୋଲି ସୂଚନା ମିଳିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ। ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି। ତେବେ ଏହି ଭିଡିଓରେ ତାଙ୍କ ଆଗରେ ଜଣେ ଯୁବତୀଙ୍କୁ ମଧ୍ୟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ୍।






More Stories
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……