Report Card Odisha

| Daily Odia News

ଆଜି କୁମାର ପୂର୍ଣ୍ଣିମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି କୁମାର ପୂର୍ଣ୍ଣିମା ବା ଶରତ ପୁର୍ଣିମା । ଅଶ୍ଵିନମାସ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ | ସକାଳୁ ସକାଳୁ ଚଉରା ପାଖରେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀମାନେ ପୂଜାର୍ଚ୍ଚନା କରିଛନ୍ତି । ଆଞ୍ଜୁଳି ଟେକିଛନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି । ତେବେ କୁମାର ପୂର୍ଣ୍ଣିମାରେ ଭୋରୁ କୁମାରୀମାନେ ଉଠି ବୃନ୍ଦାବତୀଙ୍କ ପୂଜା ପାଇଁ ଲାଗି ପ଼ଡିଛନ୍ତି । ଆଜିର ଦିନରେ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସି ପୁଜାଚର୍ଚ୍ଚନା କରାଯାଏ। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । କୁମାର ପୂର୍ଣ୍ଣିମାରେ ଝିଅମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମାତି ଯାଆନ୍ତି । ପୁଚି, ବୋହୁ ବେହାକୁ ଆଉ କବାଡି ଖେଳରେ କମ୍ପି ଉଠେ ଗାଁ ଦାଣ୍ଡ। ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।

Breaking News