Report Card Odisha

| Daily Odia News

ଆଜି ଆସିବ ଆର୍ୟନଙ୍କ ଜାମିନ ଆବେଦନର ରାୟ…..

ରିପୋର୍ଟ କାର୍ଡ / ମୁମ୍ବାଇ

କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଆର୍ୟନ ଖାନଙ୍କୁ ବେଲ୍ ନା ଜେଲ୍ ସେନେଇ ଆଜି ଆସିବ ରାୟ | ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନର ରାୟ ଶୁଣାଇବେ | ଗତ ୧୪ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମୁମ୍ୱାଇର କୋର୍ଡେଲିଆ ଜାହାଜରେ ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରରୋ ଚଢ଼ାଉ ବେଳେ ଧରାପଡ଼ିଥିଲେ ଆର୍ୟନ ଖାନ । ଗତ ୨ ତାରିଖରେ ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି । ଆର୍ୟନଙ୍କୁ ଏହି କେସରେ ରିମାଣ୍ଡରେ ନେଇ ଜେରା ବି ହୋଇଛି । ଅକ୍ଟୋବର ୭ ତାରିଖରେ ଆର୍ୟନକୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଏବେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଆର୍ୟନଙ୍କ ବେଲ୍ ଆବେଦନକୁ ୧୪ ତାରିଖ ଶୁଣାଣି ବେଳେ ବିରୋଧ କରିଥିଲା ଏନସିବି । ସେ ଜାମିନରେ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କା ଥିବା ଯୁକ୍ତି ବାଢ଼ିଥିଲା ଏନସିବି ।

Breaking News