Report Card Odisha

| Daily Odia News

ରାଜ୍ୟରେ ଦିନକରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ, ୨ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକରେ ଆଉ ୫୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ୨୩୮ ଥିବା ବେଳେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬,୫୩୨କୁ ବୃଦ୍ଧି ପାଇଛି। ୧୦,୨୩,୩୯୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୭୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୯। ଅନୁଗୁଳରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୧୮, କଟକ ୫୪, ଦେଓଗଡ ୨, ଢେଙ୍କାନାଳ ୧୦, ଗଞ୍ଜାମ ୪, ଜଗତସିଂହପୁର ୧୪, ଯାଜପୁର ୧୪, ଝାରସୁଗୁଡା ୨, କନ୍ଧମାଳ ୨, କେନ୍ଦ୍ରାପଡା ୪, କୋରାପୁଟ ୬, ମୟୁରଭଞ୍ଜ ୮, ନୟାଗଡ ୯, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ଏହି ୨ ଆକ୍ରାନ୍ତଂକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୯୬ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News