ରିପୋର୍ଟ କାର୍ଡ / କଟକ
କାଠଯୋଡ଼ିକୁ ଡେଇଁ ଯୁବକ ନିଖୋଜ ଘଟଣାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବୋଲି ଜଣାପଡିଛି | ଆଜି ସକାଳ ସମୟରେ ଯୁବକ ଜଣଙ୍କ ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇପଡିଥିଲେ । ତାପର ଠାରୁ ଓଡ୍ରାଫ୍ ଟିମ୍ ଜରିଆରେ ଖୋଜାଖୋଜି ଜାରି ରହିଥିଲା । ଖବର ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ହେଲେ କଣ ପାଇଁ ନଦୀକୁ ଡେଇଁଲେ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲା । ତେବେ ନଦୀକୁ ଡେଇଁବା ଖବର ଶୁଣି ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ଘଣ୍ଟାର ଖୋଜାଖୋଜି ପରେ ସପନଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ସେ ଡେଲିବରି ବୟ ଭାବେ କାମ କରୁଥିବାର ମଧ୍ୟ ସୂଚନା ମିଳିଛି ।






More Stories
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…..