Report Card Odisha

| Daily Odia News

ଘର ଭୁଷୁଡି ୫ ମୃତ,୬ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଚ୍ଚା ଘର ଭୁଷୁଡି ପଡି ୫ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି | ଏଭଳି ଘଟଣା ଘଟିଛି ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହରର କୋଟୱାଲୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏହି ଘର ଭୁଷୁଡି ଏହି ସମୟରେ ଅନେକ ଲୋକ ଏହାତଳେ ଦବି ହୋଇ ଯାଇଥିଲେ। ରାତି ପ୍ରାୟ ୧ଟା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ଘଟିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାରେ ସମୁଦାୟ ୧୧ ଜଣ ଆହତ ହୋଇଥିବା ସିଏମ୍ଏସ୍ ଅନିଲ କୁମାର ଶର୍ମା କହିଛନ୍ତି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

 

Breaking News