ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଆଇସିସିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଶୁକ୍ରବାର ଦିଲ୍ଲୀରୁ ଲକ୍ଷ୍ନୌ ବିମାନଯାତ୍ରା କାଳରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ସହଯାତ୍ରୀ ଥିଲେ। ବିମାନରେ ଉଭୟ ନେତାଙ୍କ ଆଲୋଚନା ମଧ୍ୟ ହୋଇଛି। ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏଥିରେ ଦୁଇ ନେତାଙ୍କ ଭେଟକୁ ରାଜନାତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି। ଅଖିଳେଶଙ୍କ ସପା ରାଜ୍ୟରେ ଶାସକ ବିଜେପି ବିରୋଧରେ ଅଣ୍ଟାଭିଡିଛି। ସେପଟେ କଂଗ୍ରେସ ନିଜର ଅସ୍ତିତ୍ୱ ଲାଗି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ଏଥିରେ ବିମାନରେ ଦୁଇ ନେତାଙ୍କ ଭେଟ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ।

ସାକ୍ଷାତ ଆଲୋଚନା କାଳରେ ପ୍ରିୟଙ୍କା ଖୁବ୍ ଶୀଘ୍ର ଭେଟିବେ ବୋଲି ଅଖିଳେଶଙ୍କୁ କହିଛନ୍ତି। ରାଜ୍ୟରେ ବିଜେପିକୁ ହଟାଇବା ଏବେ ଅଖିଳେଶଙ୍କ ମୂଳ ଲକ୍ଷ ।ମାୟାବତୀଙ୍କ ବହୁଜନ ସମାଜପାର୍ଟିର କିଛି ଟାଣୁଆ ନେତା ଇତିମଧ୍ୟରେ ଦଳକୁ ଆସି ସାରିଲେଣି। ଅଖିଳେଶ ତାଙ୍କ ପାର୍ଟି ରାଜ୍ୟରେ ଜିତିକି ଥିବା ବରାବର ଘୋଷଣା କରିଚାଲିଛନ୍ତି। ଏଥର ନିର୍ବାଚନରେ ସମାଜବାଦୀ ପାର୍ଟି ରାଜ୍ୟରେ ୩୦୦ ପ୍ଲସ୍ ଆସନରେ ସରକାର ଗଢିବା ନିଶ୍ଚିତ ବୋଲି କହୁଛନ୍ତି। ଏଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅନେକ ବିଜେପି ନେତାଙ୍କ ଟିକେଟ୍ କଟିବ। ସେହିପରି କୋଭିଡ-୧୯ ପରିଚାଳନାରେ ତ୍ରୁଟି ଲାଗି ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। କିଛି ନେତା ଏଥର ନିର୍ବାଚନ ଲଢି ମଧ୍ୟ ନପାରନ୍ତି। ତେଣୁ ଏଭଳି ସ୍ଥଳେ ବିଧାନସଭାରେ ସମାଜବାଦୀ ପାର୍ଟିର ଏବେ ଥିବା ୫୦ ବିଧାୟକଙ୍କୁ ମିସାଇ ଦଳ ବଡ ବ୍ୟବଧାନରେ ସରକାର ଗଢିବା ଲାଗି ଅଖିଳେଶ ବେଶ ଆଶାୟୀ ଅଛନ୍ତି।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..