Report Card Odisha

| Daily Odia News

ITDCର ଅଧିକାରୀ ପରିଚୟ ଦେଇ ୫୦ ଲକ୍ଷ ଠକେଇ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଜକୁ ITDCର ବରିଷ୍ଠ ଅଧିକାରୀ ପରିଚୟ ଦେଇ ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ପୁରୀରୁ ଏଭଳି ଚାଂଚଲ୍ୟକର ଅଭିଯୋଗ ଆସିଛି । ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲ୍‌କୁ ବିକ୍ରି ନେଇ ଏକ ଫେକ୍ ଡିଲ୍ ହୋଇଥିଲା। ତେବେ ଅଭିଯୁକ୍ତକୁ EOW ଗିରଫ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଅନିକେଶ ସାହୁ ନାମକ ଜଣେ ବ୍ୟକ୍ତି ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି ଏକ ଫେକ୍ ଡିଲ୍ କରିଥିଲେ। ଏଥିରେ ଓଟିଡିସିର ପୂର୍ବତନ ଠିକା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚନ୍ଦନ ମହାନ୍ତି ସହାୟତା କରିଥିଲେ। ଏହି ଦୁଇ ଅଭିଯୁକ୍ତ ପୁରୀର ତପନ ମହାନ୍ତିଙ୍କ ସହ ଏହି ଡିଲ୍ କରିଥିଲେ। ନୀଳାଚଳ ଅଶୋକ ହୋଟେଲ୍‌କୁ ୧୫ କୋଟି ଟଙ୍କାରେ ବିକ୍ରି କରାଯିବ ବୋଲି କହିଥିଲେ ଚନ୍ଦନ ଓ ଅନିକେଶ କହିଥିଲେ। ଏଥିପାଇଁ ୩ କୋଟି ଟଙ୍କା ଲାଞ୍ଚ ଦେବାକୁ ବି ବ୍ୟବସ୍ଥା ହୋଇଥିଲା। ଅଗ୍ରୀମ ଭାବେ ଏମାନେ ୫୦ ଲକ୍ଷ ଟଙ୍କା ତପନ ମହାନ୍ତିଙ୍କଠୁ ନେଇଥିଲେ। ବିଶ୍ୱାସ ବଢ଼ାଇବା ପାଇଁ ୨୦ ଲକ୍ଷ ଟଙ୍କା ଆଇଟିଡିସି ଆକାଉଣ୍ଟକୁ ପଠାଇଥିଲେ ଓ ପରେ ୩୦ ଲକ୍ଷ ଟଙ୍କା ନଗଦ ଆଦାୟ କରିଥିଲେ। ତେବେ ଆଇଟିଡିସିରୁ କୌଣସି ସୂଚନା ନ ଆସିବା ପରେ ତାଙ୍କ ସହ ଫ୍ରଡ୍‌ ହୋଇଥିବା ନେଇ ତପନ ଜାଣିବାକୁ ପାଇଥିଲେ। ପୁରୀରେ ଅଣ୍ଡା ଓ ଚିକେନ୍ ହୋଲସେଲ୍‌ରେ ବିକ୍ରି କରୁଥିବା ତପନ ଠକାମିର ଶିକାର ହୋଇଥିବା ଜାଣିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ସେ ଏବେ ପକ୍ଷାଘାତରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି। ପୂର୍ବରୁ ଚନ୍ଦନ ନିଜକୁ ଓଟିଡିସିର ଉଚ୍ଚପଦସ୍ତ ଅଧିକାରୀ କହି ୩ କୋଟି ଟଙ୍କା ଠକିଥିଲେ ବୋଲି ସୂଚନା ମିଳିଛି।

Breaking News