Report Card Odisha

| Daily Odia News

ଆଜି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସୁଲତାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଂଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ । ହରକୁଲେସ ବିମାନରେ ସେଠାରେ ଓହ୍ଲାଇବେ । ତାପରେ ଯୁଦ୍ଧ ବିମାନ ସୋ ଭିତରେ ୩୦୪ କିଲୋମିଟର ଲମ୍ବା ପୂର୍ବାଂଚଳ ଏକ୍ସପ୍ରେସୱେକୁ ଉଦ୍ଘାଟନ କରିବେ । ଏହି ଏକ୍ସପ୍ରେସୱେ ଗାଜୀପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ସାଢେ ତିନି ଘଣ୍ଟା ମଧ୍ୟରେ ଦୂରତା ଅତିକ୍ରମ କରିବ । ଏଠାରେ ନିର୍ମାଣ ହେବାକୁ ଥିବା ପୋଲିସ୍ ପୋଷ୍ଟ ସହିତ ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯିବ । ଉଦଘାଟନୀ ସମାରୋହରେ IAF ଦ୍ୱାରା ୪୫ ମିନିଟର ଏୟାର ସୋ ଦେଖିବାକୁ ମିଳିବ । ଯେଉଁଥିରେ ଜାଗୁଆର, ସୁଖୋଇ ଏବଂ ମିରାଜ୍ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପରୁ ଉଡ଼ାଣ କରିବ ।

 

Breaking News