ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟ୍ରୋଲ୍ ଓ ଡିଜେଲ୍ ଦାମ କମିଲେ ଏଥିରେ ହେଉଥିବା କ୍ଷତିକୁ କେନ୍ଦ୍ର ସରକାର ବହନ କରିବେ । କୋଭିଡ୍ ପରବର୍ତ୍ତୀ ଅର୍ଥନୀତିର ସୁଧାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ/ଅର୍ଥ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡିଓ କନଫରେନ୍ସିଂ ବୈଠକରେ ଏ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀମାନଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି | ନଭେମ୍ବର ୨୨ରେ ରାଜ୍ୟମାନଙ୍କୁ ଅତିରିକ୍ତ ୪୭ ହଜାର ୫୪୧ କୋଟି ଦେବାକୁ କହିଛି। ନିୟମିତ ପ୍ରାପ୍ୟ ୪୭ ହଜାର ୫୪୧ କୋଟିକୁ ମିଶାଇ ମୋଟ ୯୫ ହଜାର ୮୨ କୋଟି ପାଇବେ। ସମସ୍ତ କ୍ଷତି କେନ୍ଦ୍ର ବହନ କରିବ, ରାଜ୍ୟମାନଙ୍କର ପ୍ରାପ୍ୟ କମିବ ନାହିଁ। ଦେଶରେ କୋଭିଡ୍ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ।ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି। ଏଥିସହ ପ୍ରକଳ୍ପ ପାଇଁ ସରଳ ଜମି ଅଧିଗ୍ରହଣ ନୀତି ଏବଂ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
More Stories
ପରାକ୍ରମ ଦେଖାଇଲା ନୌବାହିନୀ…..
ସେନା ପୋଷ୍ଟ ଉପରେ ଆକ୍ରମଣ…..
ଅନ୍ୟ ଦଳରୁ ନେତା ଆଣି ବିଜେଡି ଭୁଲ କରିଛି…..