ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ୧୩୨ତମ ଜନ୍ମଜୟନ୍ତୀ ପରିପ୍ରେକ୍ଷୀରେ ମଙ୍ଗଳବାର ଶିଶୁଦିବସ ପାଳିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍ କୁମାର ସାହୁ, ପର୍ଯ୍ୟବେକ୍ଷକ,ପର୍ଯ୍ୟବେକ୍ଷିକା ଓ ଛାତ୍ର କ୍ୟାବିନେଟର ସଦସ୍ୟମାନେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମର ସାହୁ ଶୃଙ୍ଖଳାବୋଧ, କର୍ତ୍ତବ୍ୟନିଷ୍ଠା ଓ ଆତ୍ମସମୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ଜୀବନର ମୂଳମନ୍ତ୍ର ହେବା ସହ ଭବିଷ୍ୟତ ନିର୍ମାଣରେ ଶ୍ରେଣୀଗୃହ ଶିକ୍ଷାଦାନର ଅଧିକ ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉଦୀୟମାନ ଶିଶୁକଳିକାଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ ଗାନ କରାଯାଇଥିଲା । ଶିକ୍ଷୟିତ୍ରୀ ସୋମା ଦତ୍ତ ଏବଂ ଛାତ୍ର ପ୍ରତିନିଧି ପ୍ରୀତିଛନ୍ଦା ରାୟ ଓ ନିମିଶା ପାତ୍ର ନେହେରୁଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଗୋଚରାର୍ଥେ ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..