ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ ଜାଲରେ ଫସାଇ ମଡେଲ ଡ୍ରଗ୍ସ କାରବାର ଚଳାଇଥିବା ନେଇ ସୂଚନା ମିଳିଛି | ଏଭଳି ଚାଞ୍ଚଲ୍ୟ କର ଖବର ଆସିଛି ଝାଡଖଣ୍ଡରୁ | ପୋଲିସ ଏହି ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ ଜଣେ ମଡେଲଙ୍କୁ ଗିରଫ କରିଛି। ଏହି ମଡେଲ ଜଣଙ୍କ ଡ୍ରଗ୍ସ ବ୍ୟବସାୟରେ ନିଜ ଜଡିତ ହୋଇ ସେଥିରେ ଅନେକ ଲୋକଙ୍କୁ ଫସାଇ ସାମିଲ କରୁଥିଲେ। ଝାଡଖଣ୍ଡ ପୋଲିସ ଏହି ମାମଲାରେ ମଡେଲଙ୍କ ସମେତ ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରିଛି। ପୋଲିସ କହିଛି ଯେ ଜ୍ୟୋତି ଭରଦ୍ୱାଜ ନାମକ ଜଣେ ମଡେଲ ରାଞ୍ଚିରେ ଡ୍ରଗ୍ସ ବ୍ୟବସାୟ କରୁଥିଲେ। ସେ ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ। ପ୍ରଥମେ ସେ ଡ୍ରଗ୍ସ ନେଉଥିବା ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବସାୟ କରୁଥିଲେ। ପୋଲିସ ଏହି ମଡେଲକୁ ବିଦ୍ୟାନଗରରୁ ଗିରଫ କରି ତାଙ୍କଠାରୁ ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ପୋଲିସ କହିଛି ଯେ ପୂର୍ବରୁ ସୁଖଦେବ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଡ୍ରଗ୍ କାରବାର ସମ୍ପର୍କରେ ସୂଚନା ରହିଥିଲା। ଏହି କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯେଉଁଥିରେ ମଡେଲ ସମେତ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ଗ୍ୟାଙ୍ଗର ଲିଡର୍ ଘଟଣାସ୍ଥଳରୁ ଖସି ପଳାଇଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..