Report Card Odisha

| Daily Odia News

ପୂର୍ବତନ କମିଶନରଙ୍କୁ ଅପରାଧୀ ଘୋଷଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଆଇନ ବଟି ଆଦାୟ କରିବା ମାମଲାରେ ମୁମ୍ବାଇ ପୋଲିସ୍‌ର ପୂର୍ବତନ କମିଶନର ପରମବୀର ସିଂଙ୍କୁ ବୁଧବାର ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ପ୍ରୋକ୍ଲେମ୍‌ଡ୍‌ ଅଫେଣ୍ଡର ଘୋଷଣା କରିଛନ୍ତି। ଜାମିନବିହୀନ ଗିରଫ ପରଓ୍ବାନା ଜାରି ସତ୍ତ୍ୱେ ପରମବୀରଙ୍କ ଖୋଜ ଖବର ମିଳୁ ନ ଥିବାରୁ ତାଙ୍କୁ ଘୋଷିତ ଅପରାଧୀ ଭାବେ ଭାବେ ନାମିତ କରାଯିବାକୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଓ୍ବାରେଣ୍ଟି ଜାରି ସତ୍ତ୍ୱେ ଅଭିଯୁକ୍ତ ହାଜର ନ ହେଲେ ସିଆର୍‌ପିସିର ଧାରା ୮୨ ଅନୁଯାୟୀ କୋର୍ଟ ତାଙ୍କୁ ଘୋଷିତ ଅପରାଧୀ ଭାବେ ନାମିତ କରିପାରିବେ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ପ୍ରୋକ୍ଲେମେଶନ ଜାରି ପରେ ଧାରା ୮୩ ଅନୁଯାୟୀ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇପାରିବେ। ବେଆଇନ ବଟି କାରବାର ମାମଲାରେ ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ, ବିନୟ ସିଂ ଏବଂ ରିୟାଜ ଭଟ୍ଟି ମଧ୍ୟ ଅଭିଯୁକ୍ତ ଅଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏସ୍‌.ବି. ଭଜିପାଲେ ଆବେଦନର ଶୁଣାଣି କରି ପରମବୀରଙ୍କ ସମେତ ବିନୟ ଏବଂ ରିୟାଜଙ୍କୁ ମଧ୍ୟ ପ୍ରୋକ୍ଲେମ୍‌ଡ୍‌ ଅଫେଣ୍ଡର ଘୋଷଣା କରିଛନ୍ତି। ସେମାନେ ବିମଲ ଅଗ୍ରଓ୍ବାଲ ନାମକ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଓ ହୋଟେଲ ମାଲିକଙ୍କ ୨ଟି ବାର୍‌ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ନ କରିବା ପାଇଁ ୯ ଲକ୍ଷ ଟଙ୍କା ବଟି ନେଇଥିଇ ଅଭିଯୋଗ ହୋଇଥିଲା। ଏଥିସହିତ ଅଭିଯୁକ୍ତମାନେ ବିମଲଙ୍କୁ ସେମାନଙ୍କ ପାଇଁ ୨.୯୨ ଲକ୍ଷ ଟଙ୍କାରେ ଦୁଇଟି ସ୍ମାର୍ଟଫୋନ୍‌ କିଣିଦେବା ପାଇଁ ବାଧ୍ୟ କରିଥିଲେ।

Breaking News