ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ଉଗ୍ରରୂପ ନେଉଛି | ଏହାକୁ ଦୃଷ୍ଟିରେ ରଖି ଆମେରିକା ସରକାର ଭାରତରେ ରହୁଥିବା ନିଜ ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନାରେ ଆମେରିକା ପ୍ରଶାସନ ନିଜ ନାଗରିକଙ୍କୁ ଜାମ୍ମୁ-କାଶ୍ମୀର ନ ଯିବାକୁ କହିଛି। ଏହା ସହିତ ଭାରତ-ପାକିସ୍ତାନ ସୀମାର ୧୦କିମି ପରିସର ମଧ୍ୟ ନଯିବାକୁ କୁହାଯାଇଛି।ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଏହି ସୀମାରେ ନିୟମିତ ଭାବେ ସଶସ୍ତ୍ର ଯୁଦ୍ଧ ଲାଗି ରହିଛି। ଆତଙ୍କବାଦୀମାନେ ପର୍ଯ୍ୟଟନ ସ୍ଥଳ, ପରିବହନ ସ୍ଥଳ, ବଜାର, ସପିଙ୍ଗ ମଲ୍ ଓ ସରକାରୀ କାର୍ଯ୍ୟାଳୟ ଆଦି ଯେକୌଣସି ସ୍ଥାନରେ ଆକ୍ରମଣ ଘଟାଇବାର ଆଶଙ୍କା ରହିଛି। ସେହିପରି ପାକିସ୍ତାନରେ ରହୁଥିବା ନିଜ ନାଗରିକଙ୍କୁ ମଧ୍ୟ ଆମେରିକା ସତର୍କତା ଜାରି କରିଛି। ସତର୍କତାରେ ଆମେରିକା ଏହାର ନାଗରିକଙ୍କୁ ବେଲୁଚିସ୍ତାନ ଓ ଖାଇବର ପଖତୁନ ଖୱା (କେପିକେ) ପ୍ରଦେଶକୁ ନଯିବା ଲାଗି ପରାମର୍ଶ ଦେଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….