Report Card Odisha

| Daily Odia News

ଆଜି ମହାପ୍ରଭୁଙ୍କର ଲକ୍ଷ୍ମୀ ନୃସିଂହ ବେଶ, ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ବୈକଣ୍ଠ ଚତୁର୍ଦଶୀ ତିଥି | ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀ ନୃସିଂହ ବେଶ ହୋଇଛନ୍ତି | ସକାଳେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ନାନାଦି ଅଳଙ୍କାର ଆଉ କପଡ଼ାରେ ଲକ୍ଷ୍ମୀ ନୃସିଂହ ବେଶ ସମ୍ପାଦନ କରିଥାନ୍ତି ସେବାୟତ ମାନେ । ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆସନ୍ତାକାଲି ପୂର୍ଣ୍ଣିମା କାର୍ତ୍ତିକାର ମାସର ଶେଷ ଦିନ | ଡଙ୍ଗା ଭାଷଣ ରହିଛି | ଏହି ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ ଜମେ | ରାଜାଧିରାଜ ବେଶ ମହାପ୍ରଭୁ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ସମାଗମ ହେବ। ପଞ୍ଚକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୁଣ୍ୟ ଅର୍ଜନର ବିଶ୍ବାସ ରହିଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ସର୍ବସାଧାରଣ ଦର୍ଶନକୁ ବନ୍ଦ ରହିବ | ଗତ ଅକ୍ଟୋବର ୧୩ ଓ ୨୭ ତାରିଖରେ ଜାରି ଏସ୍‌ଓପିରେ ଶ୍ରୀମନ୍ଦିର ପ୍ରଶାସନ ସାମାନ୍ୟ ସଂଶୋଧନ କରିଛି। ଜାରି ଏସ୍‌ଓପି ଅନୁଯାୟୀ, ନଭେମ୍ବର ୧୭ ଓ ୧୮ ତାରିଖରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି। ଏହା ପରେ ଅର୍ଥାତ ‌ନଭେମ୍ବର ୨୦ରୁ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ। ପୂର୍ବଭଳି ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ।

 

 

 

 

 

Breaking News