ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ
ବିଶ୍ୱର ସ୍ୱଚ୍ଛତମ ନଦୀ ଭାରତରେ ପ୍ରବାହିତ ହେଉଛି ଯାହା ଦୃଶ୍ୟ ହୋଇଛି ।ଏହି ନଦୀ ପାହାଡ଼ିଆ ରାଜ୍ୟ ମେଘାଳୟର ଉମଂଗୋଟ ବା ଡାଉକୀ ନଦୀ । ଶିଲଂ ନିକଟରେ ପ୍ରବାହିତ ହେଉଥିବା ଏହି ନଦୀର ଏକ ବାୟବୀୟ ଦୃଶ୍ୟ ଜଳଶକ୍ତି ମନ୍ତ୍ରଣାଳୟ ଟ୍ୱିଟରରେ ଶେୟାର କରିଛି। ନଦୀର କାଚକେନ୍ଦୁ ପରି ପାଣି ଉପରେ ଭାସୁଥିବା ଡଙ୍ଗାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯମୁନା ନଦୀରେ ବିଷାକ୍ତ ଫେଣ ଭାସୁଥିବା ବେଳେ ମେଘାଳୟ ଡାଉକୀ ନଦୀର ସ୍ୱଚ୍ଛଜଳ ଲୋକଙ୍କୁ ଆଚମ୍ବିତ କରିଛି। ନଦୀରେ ଡଙ୍ଗା ଚାଲୁଛି ଅର୍ଥ ଏହାର ଜଳ ନିଶ୍ଚିତ ଡଙ୍ଗା ଚାଲିବା ଭଳି ଗଭୀର ରହିଛି। କିନ୍ତୁ ନଦୀ ପାଣି ଏତେ ସ୍ୱଚ୍ଛ ଯେ, ତଳଦେଶରେ ଥିବା ବାଲି, ବାଲିଗରଡ଼ା ଆଦି ଫଟୋରେ ବି ସ୍ପଷ୍ଟ ଦେଖାଯାଉଛି । ମନେ ହେଉଛି ଡଙ୍ଗାଟି ଯେମିତି ପବନରେ ଶୂନ୍ୟରେ ଭାସୁଛି। ପାଣିରେ ବି ସେମତି ଛୋଟ ଲହଡ଼ି ବି ଦେଖିବାକୁ ମିଳୁନି। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି: ବିଶ୍ୱର ଅନ୍ୟତମ ସ୍ୱଚ୍ଛନଦୀ ହେଉଛି ମେଘାଳୟର ଉମଂଗୋଟ, ଯାହା ଶିଲଂଠାରୁ ୧୦୦ କିମି ଦୂରରେ ପ୍ରବାହିତ ହେଉଛି। ଆମେ ଆଶା କରୁଛୁ ଆମର ସବୁ ନଦୀ ଏମିତି ସ୍ୱଚ୍ଛ ହୋଇଯାଆନ୍ତା କି! ମେଘାଳୟବାସୀଙ୍କୁ ଏଥିପାଇଁ ଅଭିନନ୍ଦନ। ତେବେ ଏହି ନଦୀର ବେଶି ପ୍ରଚାର କଲେ ବହୁ ଲୋକ ସେଠିକି ଯିବେ ଓ ତାକୁ ଯମୁନା ନଦୀ ପରି ମଇଳା କରିଦେବେ ବୋଲି କିଛି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।






More Stories
ବୋମା ବିସ୍ଫୋରଣରେ ରୁଷ୍ ଜେନେରାଲ ମୃତ……
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..