ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ
ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ। ପାକିସ୍ତାନ ସଂସଦରେ ଏହି ବିଲ୍ ପାସ୍ ହୋଇଛି। ଏକାଧିକ ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ | ଏହା ଦ୍ୱାରା ଏକରୁ ଅଧିକ ଦୁଷ୍କର୍ମ କରିଥିବା ଅପରାଧୀମାନେ ନଂପୁସକ ହେବାର ସାମ୍ନା କରିପାରନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ଦୁଷ୍କର୍ମ ଓ ବଢୁଥିବା ଅପରାଧ କମାଇବା ଲକ୍ଷ୍ୟରେ ପାକିସ୍ତାନ ସରକାର ଏପରି ପଦକ୍ଷେପ ନେଇଛନ୍ତି | ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି। ବିଲ୍ରେ ଦୋଷୀଙ୍କ ଅନୁମତିରେ ତାଙ୍କୁ ନଂପୁସକ କରିବା ଏବଂ ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ପାଇଁ ଆହ୍ୱାନ କରାଯାଇଛି। ରସାୟନିକ ଉପାୟରେ ନଂପୁସକ କରିବା ଏପରି ଏକ ପ୍ରକ୍ରିୟା ଯେଉଁଥିରେ କିଛି ଔଷଧ ବ୍ୟବହାର କରାଯାଇ ବ୍ୟକ୍ତିର ଯୌନ ଆକାଂକ୍ଷାକୁ କମ୍ କରିଥାଏ। ମିଡିଆ ରିପୋର୍ଟସ ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ୍ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ଏହି ଆଇନ୍ ରହିଛି।






More Stories
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..