ରିପୋର୍ଟ କାର୍ଡ / ଗଂଜାମ
ନକଲି ନକଲି ଆଇଆଇସି ଗିରଫ ହୋଇଛନ୍ତି । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଏହି ଧମକର ଫୋନ ରେକଡ଼ିଂ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନାନୁସାରେ, କୌଣସି ଏକ ଘଟଣାକୁ ନେଇ ଭରସା ଗ୍ରାମର ଅର୍ଜୁନ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ ଏକ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଥାନା ଅଧିକରୀଙ୍କ ନାମ କହି ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଏପରିକି ଉଠେଇ ନେଇ କେସରେ ଫଶାଇ ଦେବାକୁ କହିଥିଲେ । ସେପଟେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏହି ଖବର ପାଇବା ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ନିଜକୁ ଥାନା ଅଧିକାରୀ କହୁଥିବା ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..