ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ନୂଆ ଆଇଟି ନିୟମ ୨୦୨୧କୁ କାର୍ଯ୍ୟକାରୀ କରିବାକୁ ଯାଇ ହ୍ବାଟ୍ସଆପ୍ ଗତ ଅକ୍ଟୋବର ମାସରେ ୨୦ ଲକ୍ଷ ୬୯ ହଜାର ଆକାଉଣ୍ଟ ରଦ୍ଦ କରିଛି । ମେଟା ମାଲିକାନାରେ ଚାଲିଥିବା ଏହି ଫେସବୁକ୍ ଗ୍ରୁପ୍ କମ୍ପାନି ହ୍ବାଟ୍ସଆପ୍ ଅକ୍ଟୋବରରେ ୫୦୦ ଅଭିଯୋଗ ପାଇଥିଲା ଏବଂ ସେଥିରୁ କେବଳ ୧୮ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ନୂଆ ଆଇଟି ନିୟମ ଅନୁଯାୟୀ ହ୍ବାଟ୍ସଆପ୍ ଚତୁର୍ଥ ମାସ ପାଇଁ ଅକ୍ଟୋବରରେ ଏହାର ରିପୋର୍ଟ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ମେ ମାସରୁ ଦେଶରେ ନୂଆ ଆଇଟି ନିୟମ କାର୍ଯ୍ୟକାରୀ ହେଉଛି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଦୁରୁପଯୋଗକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି। ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ଡିଜିଟାଲ ଫ୍ଲାଟଫର୍ମଗୁଡ଼ିକ ପାଇଁ ପ୍ରତିମାସରେ ଏଭଳି ରିପୋର୍ଟ ପ୍ରକାଶକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି ।






More Stories
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..