Report Card Odisha

| Daily Odia News

ଦଳର ନାମ ବଦଳାଇବ ଟିଏମସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତୀୟ ସଂପ୍ରସାରଣ ଲାଗି ତୃଣମୂଳ କଂଗ୍ରେସ ଏବେ ପାର୍ଟିର ନାମ ବଦଳ ନେଇ ଚର୍ଚ୍ଚା ହେଉଛି। ଏହାସହ ପାର୍ଟି ଖୁବ୍ ଶୀଘ୍ର ନିଜ ସମ୍ବିଧାନର ପରିବର୍ତ୍ତନ କରିବା ନେଇ ସୂଚନା ମିଳୁଛି । କୁହାଯାଉଛି ପାର୍ଟିର ନାମ ବଦଳାଇବାକୁ ଏବେବି ଦଳରେ ଚର୍ଚ୍ଚା ଚାଲିଛି। ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ହେଲେ ଦଳର ନାମ ପରିବର୍ତ୍ତନ ହେବ କି ନା ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିଦିଆଯିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି। ଉଲ୍ଲେଖ ଯୋଗ୍ୟଯେ ତୃଣମୂଳକୁ ଜାତୀୟ ଦଳରେ ରୂପାନ୍ତରଣ ଲାଗି ନାମ ପରିବର୍ତ୍ତନ ନିମନ୍ତେ ଚର୍ଚ୍ଚାତ ହେଉଛି ଓ ଦଳୀୟ ସମ୍ବିଧାନକୁ ମଧ୍ୟ ଖାସ ଏହି ଉଦ୍ଦେଶ୍ୟରେ ବଦଳା ଯିବ। କାରଣ ଦଳର କାର୍ଯ୍ୟକାରିଣୀରେ ଏପର୍ଯ୍ୟନ୍ତ କେବଳ ବେଙ୍ଗଲର ନେତାମାନେ ହିଁ ସାମିଲ ଅଛନ୍ତି। ଏଥିରେ ଅନ୍ୟ କୌଣସି ରାଜ୍ୟର ନେତା ନାହାନ୍ତି। ଏଣୁ ଦଳ ନିଜର ସମ୍ବିଧାନ ସଂଶୋଧନ ପୂର୍ବକ କାର୍ଯ୍ୟକାରିଣୀକୁ ବିସ୍ତାର ଦେବାକୁ ବିଚାର କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ କୌଣସି ପାର୍ଟି ନିଜର ନାମ ବଦଳାଇବା ପାରିବ ବୋଲି ନିର୍ବାଚନ ଆୟୋଗଙ୍କ ଜନୈକ ପୂର୍ବତନ ଅଧିକାରୀ କହିଛନ୍ତି। ତେବେ ଏପରି କରିବାକୁ ହେଲେ ନିର୍ବାଚନ ଆୟୋଗଙ୍କ ମଞ୍ଜୁରି ଦରକାର। ତାଙ୍କ ଠାରୁ ଦଳର ନୂଆ ନାମ ଆଣିବାକୁ ପଡିବ। ନିର୍ବାଚନ ଆୟୋଗଙ୍କ ମାନଦଣ୍ଡ ଅନୁସାରେ ଟିଏମସିକୁ ଏକ ଜାତୀୟ ପାର୍ଟି ନଜରରେ ଏବେ ଦେଖାଯାଉଛି। ଦଳକୁ ମଧ୍ୟ ଏହି ମାନ୍ୟତା ହାସଲ ହୋଇସାରିଛି। ହେଲେ ଏହାର ଏପର୍ଯ୍ୟନ୍ତ ମୂଳ ଆଧାର ପଶ୍ଚିମବଙ୍ଗ ରହିଛି। ଯେହେତୁ ପାର୍ଟି ଏବେ ଦେଶରେ ବିସ୍ତାରିତ ହେବାକୁ ଚାହୁଁଛି ଏଣୁ ନିଜ ସମ୍ବିଧାନରେ ପରିବର୍ତ୍ତନ କରିବ। ଏଥିରେ ଦଳର ନାମ ମଧ୍ୟ ବଦଳାଇବାକୁ ଯୋଜନା ଚାଲିଥିବାର ଜଣାପଡିଛି। ଯାହା ଦ୍ୱାରା ପାର୍ଟି ବେଙ୍ଗଲର ବୋଲି ଯେପରି ଆଗକୁ ପରିଚିତ ନ ହୁଏ। ଓ ସାରା ଦେଶରେ ପାର୍ଟିର ବିସ୍ତାର ରହିବ।

 

 

Breaking News