ରିପୋର୍ଟ କାର୍ଡ / ମାଲକାନଗିରି
ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ । ମୃତ ଯବାନ ହେଲେ SSBNର ଯବାନ ଦୁର୍ଯୋଧନ ମାଝୀ। ପାରିବାରିକ କଳହରୁ ଦୁର୍ଯୋଧନ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି | ସୂଚନା ଅନୁସାରେ, ବରଗଡ଼ ଅଞ୍ଚଳର ଦୁର୍ଯୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ୭ ମାସ ପୂର୍ବେ ସେ ବିବାହ କରିଥିଲେ। ସେ ମାନସିକ ଚାପରେ ରହୁଥିଲେ ବୋଲି ଜଣାପଡ଼ିଛି। ଆଜି ସକାଳୁ ସବୁ କିଛି ଠିକ୍ ଥିବା ବେଳେ ହଠାତ୍ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ସେ ଗୁଳି କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ୭ ମାସ ପୂର୍ବେ ଦୁର୍ଯୋଧନ ବିବାହ କରିଥିଲେ। ଦୁର୍ଯୋଧନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..