ରିପୋର୍ଟ କାର୍ଡ / ଭୁବନେଶ୍ୱର
ସିସୋର କଂପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାଜ୍ୟାପ୍ତ କରିଥିବା ସୂଚନା ମିଳିଛି । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ଇଡି । ସିସୋର ପାଇଁ ଅହମ୍ମଦାବାଦରେ ଜମି କିଣାଇ ଦେବାକୁ ଜଣେ ବ୍ୟବସାୟୀ ୫ କୋଟି ଟଙ୍କା ନେଇଥିଲେ । ସେହିପରି ଭୁବନେଶ୍ୱରରେ କୋବାଲ୍ଟ କେମିକାଲ ଲାଗି ୧ କୋଟି ନେଇଥିଲେ ଜଣେ ବ୍ୟବସାୟୀ । ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର । ତେବେ ଏହି ଦୁଇ ଜଣ ସିସୋରଠାରୁ ଟଙ୍କା ନେଇ ଫେରାଇନଥିଲେ । ତେଣୁ ଦୁଇ ବ୍ୟବସାୟୀଙ୍କ ୬ କୋଟିର ସଂପତ୍ତି ବାଜ୍ୟାପ୍ତ କରିଛି ଇଡି । ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି ।






More Stories
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..