ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ କୁନ୍ମୁର ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବରୁଣ ସିଂହଙ୍କ ଆଜି ଜୀବନ ସହିତ ଲଢେଇକରି ଶେଷରେ ଆଖି ବୁଜିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ସେନାର କମାଣ୍ଡ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି | ଏନେଇ ଟୁଇଟ୍ କରି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ୍ ବିପିନ୍ ରାୱତଙ୍କ ପରିବାର ସହିତ ଥିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । ତେବେ କୁନ୍ନୁରରେ ହୋଇଥିବା ଏହି କ୍ରାସ୍ ରେ ସିଡିଏସ୍ ବିପିନ୍ ରାୱତଙ୍କ ସହିତ ୧୩ ଜଣଙ୍କର ଘଟଣା ଦିନ ହିଁ ମୃତ୍ୟୁ ହୋଇଯାଇଥିଲା । ଏକାମାତ୍ର ବରୁଣ ସିଂହ ହିଁ ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲେ ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..