ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ କୁନ୍ମୁର ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବରୁଣ ସିଂହଙ୍କ ଆଜି ଜୀବନ ସହିତ ଲଢେଇକରି ଶେଷରେ ଆଖି ବୁଜିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ସେନାର କମାଣ୍ଡ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି | ଏନେଇ ଟୁଇଟ୍ କରି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ୍ ବିପିନ୍ ରାୱତଙ୍କ ପରିବାର ସହିତ ଥିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । ତେବେ କୁନ୍ନୁରରେ ହୋଇଥିବା ଏହି କ୍ରାସ୍ ରେ ସିଡିଏସ୍ ବିପିନ୍ ରାୱତଙ୍କ ସହିତ ୧୩ ଜଣଙ୍କର ଘଟଣା ଦିନ ହିଁ ମୃତ୍ୟୁ ହୋଇଯାଇଥିଲା । ଏକାମାତ୍ର ବରୁଣ ସିଂହ ହିଁ ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲେ ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….