ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତ ଗସ୍ତ କରିବେ । ଗତ ୪୦ ବର୍ଷ ମଧ୍ୟରେ କୁଏତ ଗସ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ କୁଏତ ଗସ୍ତ ପଶ୍ଚିମ ଏସିଆର ଦେଶ ସହ ସମ୍ପର୍କକୁ ମଜବୁତ କରିବ । ସୂଚନା ଅନୁସାରେ- କୁଏତ ତୈଳ କ୍ଷେତ୍ରରେ ଏକ ସମୃଦ୍ଧ ଦେଶ ଅଟେ । ଏହା ମଧ୍ୟ ଭାରତରେ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରେ । ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କୁଏତ ନିବେଶକମାନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିପାରନ୍ତି । ଏହା ବ୍ୟତୀତ କୁଏତ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଜାନୁଆରୀ ପ୍ରଥମ ସପ୍ତାହରେ ପିଏମ ମୋଦି କୁଏତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଅନ୍ୟ ୫ଟି ଗଲ୍ଫ ଦେଶ ଗସ୍ତ କରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ କୁଏତ ଯାଇପାରିନଥିଲେ । ବାସ୍ତବରେ କୁଏତରେ ପ୍ରାୟ ୧ ନିୟୁତ ଭାରତୀୟ ଅଛନ୍ତି । ଏହି ଗସ୍ତ ସମୟରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଦ୍ୟମ କରାଯିବ । କୁଏତ ସହିତ ଭାରତର ସମ୍ପର୍କ ଘନିଷ୍ଠ ରହିଛି । ଯେତେବେଳେ ଭାରତ କରୋନାର ଦ୍ୱିତୀୟ ଲହର ସହିତ ଲଢୁଥିଲା । ସେତେବେଳେ କୁଏତ ବହୁ ସଂଖ୍ୟକ ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିଥିଲା । କେବଳ ଏତିକି ନୁହେଁ, କୁଏତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ପାଇଁ କୁଏତର ଅମିର ଶେଖ ନୱାଫ ଅଲ-ଅହମ୍ମଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଚିଠି ନିଜେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନେଇ ସେଠାରେ ପହଞ୍ଚିଥିଲେ ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..