ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହୋଇଛି ୧୫-୧୮ ବର୍ଷ ବୟସ୍କଙ୍କ ପାଇଁ ପଞ୍ଜୀକରଣ । ଏହି ପଞ୍ଜୀକରଣ କୋଓ୍ୱିନ୍ ପୋର୍ଟାଲରେ କରାଯାଉଛି । ଏହାପରେ ସେମାନେ କୋଓ୍ୱିନ୍ ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି ୩ ତାରିଖ ପର ଠାରୁ ଟିକା ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୨୬୦୦ ଟୀକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟିକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟିକାକରଣ କେନ୍ଦ୍ରରେ ବି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟିକା ନେଇପାରିବେ । ଏପରିକି ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ୧୫ରୁ ୧୮ ବର୍ଷ ବୟସ୍କ । ଯେତେ ପିଲା ଟୀକା ନେବାକୁ ଆସିବେ, ସେମାନଙ୍କର ଟିକାକରଣ କରାଯିବ । ତେଣୁ ୨୦୦୫ ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାନ୍ତୁ ଅଭିଭାବକ । ରାଜ୍ୟରେ ଏବେ ୧୫ ଲକ୍ଷ ଡୋଜ କୋଭାକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭାକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋଓ୍ୱିନ୍ ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟିକାକରଣ ପାଇଁ ବୁକ କରିସାରିଛନ୍ତି । ରାଜ୍ୟରେ ୫ କୋଟି ଡୋଜ ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହା ଏକ ବଡ଼ ସଫଳତା । ରାଜ୍ୟରେ ୧୮ ବର୍ଷ ଅଧିକ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଲେଣି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୬୪ ପ୍ରତିଶତ ଉଭୟ ଡୋଜ ଟୀକା ମଧ୍ୟ ନେଇ ସାରିଲେଣି ।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..