ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାର ଭିୱାନି ଜିଲ୍ଲା ଅନ୍ତର୍ଗତ ‘ମାଇନିଙ୍ଗ୍ ଜୋନ୍’ରେ ପାହାଡ଼ ସ୍ଖଳନ ହେତୁ ଏକାଧିକ ଗାଡ଼ି ପୋତି ହୋଇ ପଡ଼ିବା ସହ ପ୍ରାୟ ୧୫ ରୁ ୨୦ ବ୍ୟକ୍ତି ନିଖୋଜ ହୋଇଥିବା ସୂଚନା ମିଳୁଛି। ଉଦ୍ଧାରକାରୀ ଅଧିକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏଯାବତ୍ ୩ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ତୋଶମ୍ ବ୍ଲକ୍ ଅଞ୍ଚଳରେ ଥିବା ଦାଦମ ଖଣି ଅଞ୍ଚଳ ଅନ୍ତର୍ଗତ ପାହାଡ଼ର ଏକ ପ୍ରକାଣ୍ଡ ଅଂଶ ଫାଟି ଯିବାରୁ ଭୂସ୍ଖଳନ ଘଟିଛି। କିନ୍ତୁ, ପାହାଡ଼ ଧସି ପଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ କୃଷିମନ୍ତ୍ରୀ ଜେ.ପି. ଦଲାଲ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ‘ନ୍ୟାସ୍ନାଲ୍ ଗ୍ରିନ୍ ଟ୍ରାଇବୁନାଲ୍’ ସମ୍ପୃକ୍ତ ଅଞ୍ଚଳରେ ଖଣି କାର୍ଯ୍ୟ ଉପରେ ଲାଗୁ ହୋଇଥିବା ନିଷେଧାଜ୍ଞା ଉଠାଇ ଦେବା ପରେ ଦାଦାମ ଖଣି ଅଞ୍ଚଳ ଏବଂ ଖନକ ପହରିରେ ବ୍ୟାପକ ଖଣି ଖୋଦନ ଚାଲିଛି। ପ୍ରଦୂଷଣ ହେତୁ ‘ଗ୍ରିନ୍ କୋର୍ଟ’ ଜାରି କରିଥିବା ୨ ମାସିଆ ନିଷେଧାଜ୍ଞା ଗୁରୁବାର ଦିନ ଉଠାଇ ଦେବା ପରେ ଶୁକ୍ରବାର ଠାରୁ ଖଣି ଖୋଦନ ଆରମ୍ଭ ହୋଇଥିଲା।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..