Report Card Odisha

| Daily Odia News

ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ତଥା ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍‌ ଚର୍ଚ୍ଚିତ । କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟବସାୟୀ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବର ୨୦୨୧ ରେ ବିବାହ କରିଥିଲେ। ସେ ବିବାହ କରିବା ପରେ ଇଣ୍ଡଷ୍ଟ୍ରୀରୁ ଦୁରେଇ ରହିଥିଲେ । ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳୁଥିଲା । ନିକଟରେ କାଜଲ ଅଗ୍ରୱାଲ ବିମାନବନ୍ଦରରୁ ଏକ ଚିତ୍ର ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚାକୁ ଆସିଥିଲେ।, ହେଲେ ଅଭିନେତ୍ରୀ ଏ ବିଷୟରେ କାହାକୁ କିଛି କହି ନଥିଲେ । କିନ୍ତୁ ‘ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ କି ଯେ ମୁଁ ବର୍ତ୍ତମାନ ଏହା ବିଷୟରେ କିଛି କହିବାକୁ ଚାହେଁ ନାହିଁ । ସମୟ ଆସିଲେ ମୁଁ ବିଷୟରେ କହିବି। ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଜଣେ ମା ହେବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ସେ ତାଙ୍କ ଫ୍ୟାନ୍ସ ଓ ସମସ୍ତଙ୍କ ଖୁସି ଖବର ଦେଇଛନ୍ତି । ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି । ଅର୍ଥାତ୍‌ ସେ ମାଆ ହେବାକୁ ଯାଉଛି । ତେବେ ଏନେଇ ଖୁସି ଖବରଟି ତାଙ୍କ ତାଙ୍କ ସ୍ବାମୀ ଗୌତମ ସୋସିଆଲ ମିଡିଆ ମାଧ୍ୟମରେ କନଫର୍ମ କରିଛନ୍ତି । ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି ।

୨୦୨୨ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁୟାରୀ ୧ରେ ଗୌତମ ପତ୍ନୀ ତଥା ଅଭିନେତ୍ରୀଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ପ୍ରଶଂସକମାନଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘୨୦୨୨ ତୁମକୁ ଅପେକ୍ଷା କରିଛି। ଏହା ସହିତ ସେ ଜଣେ ଗର୍ଭବତୀ ମହିଳାଙ୍କ ଇମୋଜି ମଧ୍ୟ ସେୟାର କରିଛନ୍ତି । ସେହି ଫଟୋରେ ସ୍ପଷ୍ଟ ଭାବେ ଜଣାପଡୁଛି କି କାଜୋଲ୍‌ ଗର୍ଭବତୀ ଅଛନ୍ତି। ବର୍ତ୍ତମାନ ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଏବଂ ତାଙ୍କ ପ୍ରଥମ ପିଲା ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

 

Breaking News