ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅପରାହ୍ନ ୪ଟାରେ ବସିବ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ |କୋଭିଡ୍ ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଗତ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ ମୋଦୀ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ରେକର୍ଡ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଉ କିଛି ରାଜ୍ୟରେ ମଧ୍ୟ ସ୍ଥିତିି ବିଗିଡ଼ିବାରେ ଲାଗିଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । କରୋନା ସଂକ୍ରମଣ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନିୟନ୍ତ୍ରଣକୁ ଅଣାଯିବ, ସେନେଇ ଆଲୋଚନା କରିବେ । ଏହା ସହ ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ । ତେବେ ବୈଠକ ପରେ ରାଜ୍ୟରେ କରୋନା କଟକଣା କଡ଼ାକଡ଼ି କରାଯିବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..