ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବରୁ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍ ବ୍ୟାଙ୍କ ୟୁବିଏସ୍ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି। ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଲକଜୁରୀ ଆପାର୍ଟମେଣ୍ଟରେ ଥିବା ଆଲିଶାନ ଫ୍ଲାଟ୍ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି। ଏହାର ଶୁଣାଣି କରି ଲଣ୍ଡନ ହାଇକୋର୍ଟ ବିଚାପତି ମ୍ୟେଥୁ ମାର୍ଶ କହିଛନ୍ତି, ମାଲ୍ୟାଙ୍କ ଉପରେ ସୁଇସ୍ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..