Report Card Odisha

| Daily Odia News

‘ମୋ ବ୍ରା ସାଇଜ୍ ଭଗବାନ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଭିନେତ୍ରୀ ଶ୍ୱେତା ତିୱାରୀ ନିକଟରେ କହିଥିବା ନିଜର ବିବାଦୀୟ ବୟାନକୁ ନେଇ ଅଡ଼ୁଆରେ ଫସିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ତାଙ୍କ ପାଇଁ ସମସ୍ୟା ବଢ଼ିଯାଇଥିଲା । ଦୁଇଦିନ ତଳେ ଭୋପାଳରେ ନିଜର ଏକ ୱେବସିରିଜ୍ ର ଘୋଷଣା କରିବା ପାଇଁ ଯାଇଥିଲେ । ଏହି ସମୟରେ ଏକ ପ୍ରେସ୍ ମିଟ୍ ରେ ଅନ୍ତଃବସ୍ତ୍ର ଓ ଭଗବାନଙ୍କୁ ନେଇ ବିବାଦୀତ ବୟାନ ଦେଇଥିଲେ । ଷ୍ଟେଜ୍‌ରେ ମଜାଳିଆ ଢଙ୍ଗରେ କହିଥିଲେ, -‘ମେରା ବ୍ରା କା ସାଇଜ୍‌ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍‌ ଭଗବାନ ନେଇ ଯାଉଛନ୍ତି । ଏହି ବୟାନ ଆଧାରରେ ଭୋପାଳ ପୋଲିସ୍ ଷ୍ଟେସନ୍ ରେ ଶ୍ୱେତାଙ୍କ ବିରୋଧରେ ଏଫଆଇଆର୍ ଦାୟର୍ କରାଯାଇଥିଲା । ଗତକାଲି ଶ୍ୱେତାଙ୍କ ଏହି ବୟାନରେ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ଆପତ୍ତି ପ୍ରକାଶ କରିଥିଲେ ଓ ପୋଲିସ୍ କମିଶନରଙ୍କୁ ତଦନ୍ତ ରିପୋର୍ଟ ୨୪ ଘଣ୍ଟା ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଶ୍ୱେତାଙ୍କ ନିଜର ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ ଭୟାନୀକୁ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ସେ ଏଭଳି ତାଙ୍କ ପୂର୍ବ ସହଯୋଗୀଙ୍କ ଭୂମିକାକୁ ନେଇ କହିଥିଲେ । ସେ କହିଛନ୍ତି ଉଦ୍ଦେଶ୍ୟମୂଳକ ଭାବରେ ଏମିତି କରିନାହାଁନ୍ତି । ସେ କହିଛନ୍ତି ଭିଡିଓକୁ ସଂପୂର୍ଣ୍ଣ ଭାବରେ ଦେଖିଲେ ପ୍ରକୃତ କଥା ବୁଝିହେବ । କିନ୍ତୁ ଅଧାରୁ ଦେଖିଲେ ଏହା ଜଣାପଡ଼ୁନାହିଁ ଏବଂ ଏହା ଅର୍ଥକୁ ଭୁଲ ଭାବରେ ଦର୍ଶାଉଛି ତେଣୁ ଅଜାଣତରେ ଏଭଳି କରିଥିବାରୁ ଏଥିପାଇଁ ଭୁଲ ମାଗୁଛି ବୋଲି କହିଛନ୍ତି ଶ୍ୱେତା ତିୱାରୀ । ସୂଚନାଯୋଗ୍ୟ, ଅଭିନେତ୍ରୀ ଶ୍ୱେତା ତିୱାରୀ ଗଣମାଧ୍ୟମର ଏକ ପ୍ରେସ୍ ମିଟ୍ ରେ କହିଥିଲେ ଯେ, ତାଙ୍କ ବ୍ରା ସାଇଜ୍ ଭଗବାନ୍ ନେଉଛନ୍ତି । ଏହି ମାମଲାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଆନ୍ଦୋନଳକୁ ଓହ୍ଲାଇ ଆସିଥିଲେ । ଭୋପାଳରେ ଶ୍ୱେତାଙ୍କ ପୋଷ୍ଟର୍ ଜଳାଇ ବିରୋଧ ପ୍ରଦର୍ଶନ କରିଥିଲେ । ଏବେ ଏହି ମାମଲାର ତଦନ୍ତ କରିବାକୁ ଅପିଲ୍ କରାଯାଇଛି ।

 

Breaking News