ରିପୋର୍ଟ କାର୍ଡ / ପୁଣେ
ମହାରାଷ୍ଟ୍ର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଦୁର୍ଘଟଣାସ୍ଥଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି କୋଠା ତଳେ କିଛି ଲୋକ ଚାପିହୋଇ ରହିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ସମସ୍ତ ମୃତ ଶ୍ରମିକ ବିହାରର ବୋଲି ପୁଣେ ପୋଲିସ ଡିସିପି ସୂଚନା ଦେଇଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..