ରିପୋର୍ଟ କାର୍ଡ / କଟକ
କଟକ ବାରବାଟୀ ଷ୍ଟାଡିଅମରେ ଆସନ୍ତା ଜୁନ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ। ଆଜି ଏ ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ଚଳିତ ମାସ ୧୫ରେ ବାରବାଟୀରେ ପୂର୍ବ ନିର୍ଦ୍ଧାରିତ ଟି-ଟ୍ୱେଣ୍ଟି ମ୍ୟାଚ ବାତିଲ ହୋଇସାରିଛି।






More Stories
କେହି କଲେନି ନାମାଙ୍କନ ପ୍ରତ୍ୟାହାର…..
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….