ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଟିକା ସ୍ପୁଟନିକ୍ ଲାଇଟକୁ ଡିସିଜିଆଇ ଜରୁରୀ ବ୍ୟବହାର ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ସୂଚନା ଦେଇଛନ୍ତି। ମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି ଯେ ଏହା ଦେଶର ୯ମ କରୋନା ଟିକା। ଏହାକୁ ଜରୁରୀ ଅନୁମତି ଦ୍ବାରା ଦେଶ କରୋନା ମହାମାରୀ ବିରୋଧରେ ଲଢିବାକୁ ଅଧିକ ଶକ୍ତି ପାଇପାରିବ। ଗତ ସପ୍ତାହରେ କେନ୍ଦ୍ରୀୟ ଔଷଧ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ଦେବାକୁ ସୁପାରିସ କରିଥିଲା। କରୋନାର ଅନ୍ୟ ଟିକାର ଦୁଇଟି ଲେଖାଏଁ ପାନ ନେବାକୁ ପଡୁଥିବାବେଳେ ଏହି ଟିକାକୁ ଗୋଟିଏ ପାନ ନେବାକୁ ହେବ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..