Report Card Odisha

| Daily Odia News

ନୂଆ ପ୍ରଜାତି ବିଷୟରେ ଏବେଠୁ କହିବା ଠିକ୍ ନୁହେଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୋଭିଡ଼ର ନୂଆ ପ୍ରଜାତି ବିଷୟରେ ଏବେଠୁ କହିବା ଠିକ୍ ହେବ ନାହିଁ | ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମତ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତମାନ ସମୟରେ ବିଭିନ୍ନ ପ୍ରଜାତି ରହିବ । ଭୂତାଣୁ ରହିବା ପର୍ଯ୍ୟନ୍ତ ପ୍ରଜାତି ମଧ୍ୟ ବଦଳିବ । ଅଧିକ ଘାତକ ହେବ କି ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ତଥ୍ୟ ନାହିଁ । ବିଶେଷ ପ୍ରାମାଣିକ ତଥ୍ୟ କିଛି ଆସିନାହିଁ । ଏବେଠୁ ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ନାଜାଲ ଡ୍ରପ୍ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି, ବୈଜ୍ଞାନିକ ତଥ୍ୟ କହୁଛି ନାଜାଲ ଡ୍ରପ୍ କାମ କରୁଛି । ଗାଇଡ଼ଲାଇନ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ। କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂପର୍କରେ ସେ କହିଛନ୍ତି, ବର୍ତମାନ ମଧ୍ୟ ବହୁ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଏପରି ରହିବ। ବର୍ତମାନ ମଧ୍ୟ ୭୦ରୁ ୭୧ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି। ସଂକ୍ରମଣ ପିକ୍ ପରେ ମୃତ୍ୟୁ ସଂଖ୍ୟା କମିବାକୁ ୬ ରୁ ୭ ସପ୍ତାହ ଲାଗିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Breaking News