ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲାର ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କର ପରଲୋକ ଘଟିଛି | ୮୨ ବର୍ଷ ବୟସରେ ତାଙ୍କକର ଦେହାନ୍ତ ହୋଇଛି | ଶ୍ରୀମତୀ ସିଂଦେଓ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁ ସମ୍ବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁତ ରାଜନେତା, ପ୍ରଶାସକ, ସାମ୍ବାଦିକ, ଶୁଭେଚ୍ଛୁ ଓ ଆତ୍ମୀୟସ୍ୱଜନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଶ୍ରୀମତୀ ସିଂଦେଓ ଦୁଇଥର ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଗତ ୧୯୯୫ ଓ ୨୦୦୦ ମସିହାରେ ଲଗାତର ଦୁଇଥର କୋକସରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ । ତାଙ୍କର ମୃତ୍ୟୁରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଲହରି ଖେଳିଯାଇଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..