ରିପୋର୍ଟ କାର୍ଡ / ଖନ୍ତାପଡ଼ା
୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଆମ୍ବୁଲାନ୍ସ ସହ କଣ୍ଟେନର ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଆମ୍ବୁଲାନ୍ସ ଚାଳକ ରହିଥିବା ଜଣାପଡିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ମୃତାହତଙ୍କ ପରିଚୟ ମିଳିନାହିଁ । ତେବେ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଯିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..