Report Card Odisha

| Daily Odia News

ପ୍ରଶାନ୍ତଙ୍କ କାର୍ଯ୍ୟାଳୟରୁ ମିଳିଲା ଗଞ୍ଜେଇ,ଜଣଙ୍କୁ ଉଠାଇ ନେଲା ପୋଲିସ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ତୃଣମୂଳ କଂଗ୍ରେସ ପାର୍ଟିର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ଦଳ ପାଇଁ ଗୋଆରେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଆସନ୍ତା ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ | ଏହା ପୂର୍ବରୁ ଶୁକ୍ରବାର ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରେ ପୋଲିସ ରେଡ କରିଛି | ଏହି ସମୟରେ କାର୍ଯ୍ୟାଳୟର ଜଣେ ୨୮ ବର୍ଷୀୟ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ଗୋଆରେ ପ୍ରଶାନ୍ତ କିଶୋରଙ୍କ ସଙ୍ଗଠନ I-PAC କାର୍ଯ୍ୟକ୍ଷମ ଅଛି। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଜିତାଇବା ନିମନ୍ତେ ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ଆଉ ମାତ୍ର ୨ ଦିନ ନିର୍ବାଚନ ଥିବା ବେଳେ ପୋଲିସର ଏପରି ଚଢ଼ାଉ ପଛରେ ରାଜନୈତିକ ଷଡଯନ୍ତ୍ରର ନେଇ ଆଲୋଚନା ହେଉଛି।

 

Breaking News