ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ତୃଣମୂଳ କଂଗ୍ରେସ ପାର୍ଟିର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ଦଳ ପାଇଁ ଗୋଆରେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଆସନ୍ତା ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ | ଏହା ପୂର୍ବରୁ ଶୁକ୍ରବାର ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରେ ପୋଲିସ ରେଡ କରିଛି | ଏହି ସମୟରେ କାର୍ଯ୍ୟାଳୟର ଜଣେ ୨୮ ବର୍ଷୀୟ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ଗୋଆରେ ପ୍ରଶାନ୍ତ କିଶୋରଙ୍କ ସଙ୍ଗଠନ I-PAC କାର୍ଯ୍ୟକ୍ଷମ ଅଛି। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଜିତାଇବା ନିମନ୍ତେ ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ଆଉ ମାତ୍ର ୨ ଦିନ ନିର୍ବାଚନ ଥିବା ବେଳେ ପୋଲିସର ଏପରି ଚଢ଼ାଉ ପଛରେ ରାଜନୈତିକ ଷଡଯନ୍ତ୍ରର ନେଇ ଆଲୋଚନା ହେଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….