ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ୩ୟ ଲହର ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି ।କିନ୍ତୁ ସ୍ୱାସ୍ଥ୍ୟ ସଙ୍ଗଠନ,କରୋନା ଭୂତାଣୁକୁ ନେଇ ଚେତାବନୀ ଦେଇଛନ୍ତି। ଶୁକ୍ରବାର ମିଳିଥିବା ସୂଚନାନୁଯାୟୀ, ଏଯାଏଁ ମହାମାରୀ ଶେଷ ହୋଇ ନାହିଁ। ବର୍ତ୍ତମାନ ଯାଏଁ ଅନେକ ପ୍ରକାର ପ୍ରକରଣ ଦେଖାଯାଇଛି। ତେଣୁ ଆଗାମୀ ଦିନରେ କରୋନାର ନୂଆ ପ୍ରକରଣ ଆସି ପାରେ। ତେଣୁ ସଭିଁଙ୍କୁ ଖୁବ ସାବଧାନତାର ସହ ମାହାମାରୀର ଶେଷ ପର୍ଯ୍ୟନ୍ତ ନିୟମର ପାଳନ କରିବାକୁ ପଡିବ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଷୟିକ ଅଧିକାରୀ ମାରିୟା ବୈନ ମଧ୍ୟ ଚେତାବନୀ ଦେଇଛନ୍ତି, ଓମିକ୍ରନ କରୋନାର ଶେଷ ପ୍ରକରଣ ନୁହେଁ। ଭୂତାଣୁ ବିଷୟରେ ବହୁତ କିଛି ଜଣାପଡିଥିଲେ ମଧ୍ୟ ସବୁକିଛି ଜଣାପଡି ନାହିଁ। ଏହା ଶେଷ ପ୍ରକରଣ ନୁହେଁ, ଆହୁରି ଅନେକ ପ୍ରକରଣ ଆସିପାରେ। ତେଣୁ ଟିକାକରଣକୁ ଅଧିକ ରୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି। ଓମିକ୍ରନ ପ୍ରକରଣର ଉପରେ ନଜର ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନ୍ୟ ପ୍ରକରଣ ଉପରେ ନଜର ରଖିଛନ୍ତି। ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ କରୋନା ମାମଲା ଏକ ହଜାରରୁ କମ୍ ରହିଛି। ଏହାପୂର୍ବରୁ, ୩୦ ଡିସେମ୍ବର ୨୦୨୧ ରେ, ସର୍ବନିମ୍ନ ସଂଖ୍ୟକ ନୂତନ ମାମଲା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୭୭ ଟି ନୂଆ ମାମଲା ଦେଖିବାକୁ ମିଳିଥିବାବେଳେ ପଜିଟିଭ ହାର ୧.୭୩ ରହିଛି। ବର୍ତ୍ତମାନ ରାଜଧାନୀରେ ଚାରି ହଜାରରୁ ଅଧିକ ସକ୍ରିୟ କରୋନା ମାମଲା ରହିଛି। କରୋନାରୁ ମୃତ୍ୟୁ ମାମଲା ଏବେ ସାମ୍ନାକୁ ଆସୁଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଶ୍ୱସ୍ତିକର ଖବର ଅଧିକାଂଶ ନୂତନ ସଂକ୍ରମିତ ଘରେ ସୁସ୍ଥ ହେଉଛନ୍ତି ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହେଉନାହିଁ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..