Report Card Odisha

| Daily Odia News

୨୨ରୁ ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରୁ ହଜିଯିବ ଶୀତ | ଆସନ୍ତା ୨୧ ତାରିଖରୁ ବର୍ଷା ହେବ । ୨୨ରୁ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷାର ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛି । ସେହିଭଳି ରାଜ୍ୟରେ ୧୩ ତାରିଖରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଶୀତ ଲାଗିବନାହିଁ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୪ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଓ ରାତିବେଳାର ତାପମାତ୍ରା ବଢ଼ିବ । ୧୬, ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସୀମାରେ ତାପମାତ୍ରା ସାମାନ୍ୟ କମିପାରେ । ୧୮ରୁ ଏହା ତାପମାତ୍ରା ପୁଣି ବଢ଼ିବ । ୧୯ରୁ ଦିନ ଓ ରାତିରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ୬ ଡିଗ୍ରୀ ତାପମାତ୍ରା ବଢ଼ିବ ଓ ଶୀତ ଗାଏବ ହୋଇଯିବ । ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

 

Breaking News