Report Card Odisha

| Daily Odia News

ରାଜ୍ୟରେ ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୧୫ ଶହ ତଳକୁ ଖସିଲା କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୪୪, ସ୍ଥାନୀୟ ଅଂଚଳରୁ ୬୬୯ ଓ ୧୮ ବର୍ଷ ବୟସ ମଧ୍ୟରେ ୨୪୪ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ମୋଟ କରୋନା ଆକ୍ରାନ୍ତଂକ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୧କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଂକ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୭, ଅନୁଗୁଳରୁ ୯୪, କଟକରୁ ୬୫, କୋରାପୁଟରୁ ୫୬, ସମ୍ବଲପୁରରୁ ୪୬ ଓ ରାୟଗଡାରୁ ୪୪ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆ ଆକ୍ରାନ୍ତଂକ ମଧ୍ୟରେ ଗଜପତିରୁ ୪୩, ମୟୁରଭଞ୍ଜରୁ ୪୨, କଳାହାଣ୍ଡି ଓ ଯାଜପୁରରୁ ୩୫ ଜଣ ଲେଖାଏଁ, ବାଲେଶ୍ୱରରୁ ୩୪, କନ୍ଧମାଳରୁ ୩୩, ଦେଓଗଡ଼ରୁ ୨୮, କେନ୍ଦ୍ରାପଡ଼ାରୁ ୨୭, ନୂଆପଡା ଓ ଜଗତସିଂହପୁରରୁ ୨୬ ଜଣ ଲେଖାଏଁ, ନୟାଗଡ଼ ଓ ବୌଦ୍ଧରୁ ୨୫ ଜଣ ଲେଖାଏଁ, କେନ୍ଦୁଝରରୁ ୨୨, ପୁରୀରୁ ୧୯, ନବରଙ୍ଗପୁରରୁ ୧୮, ଢେଙ୍କାନାଳରୁ ୧୭, ଗଂଜାମ, ଝାରସୁଗୁଡା ଓ ଭଦ୍ରକରୁ ୧୩ ଜଣ ଲେଖାଏଁ, ବରଗଡ଼ରୁ ୧୨, ସୋନପୁର ଓ ବଲାଙ୍ଗୀରରୁ ୯ ଜଣ ଲେଖାଏଁ, ମାଲକାନଗିରିରୁ ୭ ଜଣ ଓ ଷ୍ଟେଟପୁଲରୁ ୩୨ ଜଣ ରହିଥିବା ସୂଚନା ମିଳିଛି। ଏବେ ରାଜ୍ୟରେ ୧୨ ହଜାର ୩୩୦ ଜଣ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଆଉ ୨୦୮୧ ଜଣ ସୁସ୍ଥ ହେବା ପରେ ରାଜ୍ୟରେ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫କୁ ବୃଦ୍ଧି ପାଇଛି। ସେହିପରି ଆଜି ୨୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୮ଜଣ ରହିଥିବା ବେଳେ ସୁନ୍ଦରଗଡ଼ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News