Report Card Odisha

| Daily Odia News

ବୋଲେରୋ-କାର ମୁହାଁମୁହିଁ ଧକ୍କା,୪ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଉତ୍ତରପ୍ରଦେଶ ସ୍ଥିତ କୋତବାଲୀ ମହମୁଦାବାଦ ଅଞ୍ଚଳରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏକ ବୋଲେରୋ ଓ କାରର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ମୃତକଙ୍କ ମଧ୍ୟରେ ଏକ ପରିବାରର ମାଆ,ଝିଅ ଓ ସମ୍ପର୍କୀୟ ଅଛନ୍ତି ବୋଲି ଖବର ମିଳିଛି। ଅନ୍ୟ ଜଣେ ବୋଲେରୋ ଚାଳକ। ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ, କୋତବାଲୀ ମହମୁଦାବାଦ ଅଞ୍ଚଳର ରଜୁଆପୁର ମୋଡ ନିକଟରେ ଆଜି ସକାଳ ୬ଟା ୩୦ରେ ସିଧୋଲୀ ଆଡୁ ଆସୁଥିବା ବୋଲେରୋ ମହମୁଦାବାଦରୁ ଯାଉଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Breaking News