ରିପୋର୍ଟ କାର୍ଡ / ଗଞ୍ଜାମ
କବିସୂର୍ଯ୍ୟନଗର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଓ ସମାଜସେବୀ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ପାଇକଯମୁନା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଜଣେ ଯୁବ ସମାଜସେବୀ ହେମନ୍ତ କୁମାର ଗୌଡ଼। ଉକ୍ତ ପଞ୍ଚାୟତରେ ବିଗତ ଯୋଜନାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ହୋଇ ନଥିବା ବେଳେ ଲୋକେ ଏବେବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ଜଣେ ଯୁବ ସମାଜସେବୀ ଭାବେ ହେମନ୍ତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ଏବଂ ଲୋକକଂ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଚାୟତର ଉର୍ନତି ଓ ପ୍ରଗତି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧାକୁ ପ୍ରାଧାନ୍ୟ ଦେବେ ବୋଲି ଶ୍ରୀ ଗୌଡ଼ କହିଛନ୍ତି। ଶନିବାର ହେମନ୍ତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସାହିକୁ ସାହି ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ହେମନ୍ତକୁଂ ପ୍ରତି ସାହିରେ ମହିଳା ମାନେ ବନ୍ଦାପନା ପୂର୍ବକ ସ୍ବାଗତ କରିଥିବା ବେଳେ ତାଙ୍କ ସହ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ତ୍ରିଲୋଚନ ପଲେଇ ଏବଂ ଏହି ୫ନଂ ଜୋନ୍ ର ବିଜୁ ଜନତା ଦଳର ସମର୍ଥୀତ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ବଳରାମ ପ୍ରଧାନ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଲୋକକୁଂ ଭୋଟ୍ ମାଗିଥିଲେ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..