Report Card Odisha

| Daily Odia News

ଡିଏଭି କଳିଙ୍ଗନଗରେ ବିଶ୍ୱ ମାତୃଭାଷା ଦିବସ ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଜ ମାତୃଭାଷା ଉପରେ ଦଖଲ ରଖିପାରିଲେ ହିଁ ଯେ କୌଣସି ଭାଷାରେ ନିଜର ଭାବକୁ ସୁନ୍ଦର ଭାବରେ ପରିପ୍ରକାଶ କରାଯାଇପାରିବ ବୋଲି ଡିଏଭି କଳିଙ୍ଗନଗରଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ଅବସରରେ ମତପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ବିଶ୍ୱ ମାତୃଭାଷାର ସୁରକ୍ଷା ଓ ସମୃଦ୍ଧି କରିବା ସହ ଏହାର ପ୍ରଚାର ଓ ପ୍ରସାର ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାତୃଭାଷା ପ୍ରୀତି ଉଦ୍ରେକ କରିବା ପାଇଁ କବିତା ଆବୃ ି, ସମ୍ବାଦ ପାଠ, ସ୍ଲୋଗାନ ଲିଖନ ପ୍ରତିଯୋଗିତା ଓ ସାହିତ୍ୟିକଙ୍କ କୃ ି ଓ କୃତିତ୍ୱ ଉପରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଓଡ଼ିଆ ଭାଷାରେ “ଆମରି ମା ଓଡ଼ିଶା…. ଓଡ଼ିଆ ଆମ ଭାଷା” ସଂଗୀତ ପରିବେଷଣ ସହ ମାତୃଭାଷା ଦିବସ ପାଳନର ଆଭିମୁଖ୍ୟ ଅଭିଭାଷଣରେ ବ୍ୟକ୍ତ କରାଯାଇଥିଲା ।

 

 

Breaking News