ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଓ ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି | ଆଜି କ୍ବାର୍ଡ’ ଦେଶମାନଙ୍କର ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ୨୦୨୧ ସେପ୍ଟେମ୍ବର ମାସରେ ୱାଶିଂଟନ୍ ଡିସିରେ ଅନୁଷ୍ଠିତ ଶିଖର ବୈଠକ ପରେ ଏହି ନେତାମାନଙ୍କୁ ପୁନର୍ବାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏହା ସୁଯୋଗ ପ୍ରଦାନ କରିବ । ବିଶେଷକରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଏହି ନେତାମାନେ ମତ ବିନିମୟ କରିବା ସହ ଏହାର ସମୀକ୍ଷା କରିବେ । ଏହି ଅବସରରେ ‘କ୍ବାର୍ଡ’ ନେତାମାନେ ସ୍ଥିର କରିଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ନେଇ ମଧ୍ୟ ସମୀକ୍ଷା କରିବେ। ୟୁକ୍ରେନ ଓ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ବୈଠକକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି।
More Stories
ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା,ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ…..
ଭାରତରେ ପଶିଲେ ବାଂଲାଦେଶୀ,ବିଏସ୍ଏଫ୍ ଯବାନଙ୍କୁ ଆକ୍ରମଣ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….