ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆଇ ଜି ଆର ଙ୍କ ନିର୍ଦ୍ଦେଶ କ୍ରମେ ୨୦୧୧-୧୬ କାର୍ଯ୍ୟକାରୀ ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ସଦସ୍ୟ ବାଳକୃଷ୍ଣ ପଣ୍ଡା ସଭା କୁ ସଭାପତିତ୍ଵ କରିବାକୁ ଦାଶରଥି ସାମନ୍ତରାୟ ଙ୍କ ନାମ ପ୍ରସ୍ତାବ ଦେଇଥିଲେ | ଡ ସଚ୍ଚିଦାନନ୍ଦ ପ୍ରଧାନ ଏହାକୁ ସମର୍ଥନ କରିଥିଲେ | ଉପସ୍ଥିତ ଅନ୍ୟାନ୍ୟ ସଦସ୍ୟ ଏହି ପ୍ରସ୍ତାବ କୁ ସମ୍ମତି ପ୍ରକାଶ କରିଥିଲେ | ଶୀଘ୍ର ନିର୍ବାଚନ ଓ ସାଧାରଣ ସଭା କରିବାକୁ ଚେଷ୍ଟା କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା | ଦେବେନ୍ଦ୍ର ଦାସ ଓ ସମସ୍ତ ସଦସ୍ୟ ମାନଙ୍କ ସମ୍ମତି କ୍ରମେ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ରବିନାରାୟଣ ମିଶ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇ ଥିଲା | ଆଜିର ସଭାରେ ବାବାଜୀ ବିଶ୍ଵାଳ, ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଦେବେନ୍ଦ୍ର ଦାସ, ପୀତବାସ ରାଉତରାୟ, ଡ ସଚ୍ଚିଦାନନ୍ଦ ପ୍ରଧାନ, ଦାଶରଥି ସାମନ୍ତରାୟ , ଗିରିଜା ଶଙ୍କର ମହାପାତ୍ର, ଦେବବ୍ରତ ପଟ୍ଟନାୟକ, ରାଧାବଲ୍ଲଭ ସିଂହ,ପ୍ରତାପ ରୁଦ୍ର ପୃଷ୍ଟି, ରମାକାନ୍ତ ମିଶ୍ର, ପ୍ରାଣକୃଷ୍ଣ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ |
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..