Report Card Odisha

| Daily Odia News

ୟୁକ୍ରେନ ରୁ ୬,୪୦୦ ଭାରତୀୟ ଫେରିଲେଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ-ୟୁକ୍ରେନ ମଧ୍ୟରେ ଯୋଦ୍ଧା ଆଜିକୁ ୯ ଦିନରେ ପହଂଚିଛି | ୟୁକ୍ରେନରେ ଥିବା ଭାରତୀୟ ଆତଙ୍କିତ ସ୍ଥିତିରେ ରହିଛନ୍ତି | ଭାରତୀୟଂକୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବାପାଇଁ ଭାରତ ସରକାର ଉଦ୍ୟମ ଚଳାଇଛନ୍ତି | ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଭାରତ ‘ଅପରେସନ୍‌ ଗଙ୍ଗା’ ଅଧୀନରେ ୮୦ ବିମାନ ମୁତୟନ କରିଛି। ୨୪ରୁ ଅଧିକ ମନ୍ତ୍ରୀ ଉଦ୍ଧାର ପ୍ରକ୍ରିୟା ତଦାରଖ କରିବେ। ମାର୍ଚ୍ଚ ୧୦ ସୁଦ୍ଧା ୟୁକ୍ରେନରୁ ଭାରତୀୟଙ୍କୁ ଖାଲି କରିବା ପାଇଁ ମୋଟ୍‌ ୮୦ଟି ବିମାନ ମୁତୟନ ହେବ। ଏୟ‌ାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଭିସ୍ତାରା, ଗୋ ଏୟାର୍‌ ଏବଂ ଭାରତୀୟ ବାୟୁସେନାର ବିମାନଗୁଡ଼ିକ ମଧ୍ୟ ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛି। ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୩୫ଟି ଉଦ୍ଧାର ବିମାନ ଉଡ଼ାଣ ପାଇଁ ଯୋଜନା ହୋଇଥିବା ବେଳେ ହଙ୍ଗେରିରୁ ମୋଟ୍‌ ୨୮ଟି ଉଦ୍ଧାର ବିମାନ, ପୋଲାଣ୍ଡ୍‌ରୁ ୯ଟି ବିମାନ ଏବଂ ସ୍ଲୋଭାକିଆରୁ ୩ଟି ବିମାନ ଉଡ଼ାଣ ପାଇଁ ଯୋଜନା ହୋଇଛି। ଏହି ୮୦ ବିମାନ ଯୋଗେ ପ୍ରାୟ ୧୭ ହଜାର ଭାରତୀୟଙ୍କୁ ଖାଲି କରାଯିବ। ଗତକାଲି ସୁଦ୍ଧା ଅପରେସନ୍ ଗଙ୍ଗା ଅଧୀନରେ ୨୪ଟି ବିମାନ ଅବତରଣ କରିଛି। ସରକାର ଫେବ୍ରୁଆରି ୨୬ରେ ଅପରେସନ ଗଙ୍ଗା ଆରମ୍ଭ କରିଥି‌ଲେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଆମେ ୟୁକ୍ରେନ୍‌ ଏବଂ ରୁଷ୍‌ ସହ ଲଗାତାର ଯୋଗାଯୋଗରେ ରହିଛୁ। ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତୁରନ୍ତ ୟୁକ୍ରେନରୁ ସବୁ ନାଗରିକଙ୍କୁ ଖାଲି କରିବା। ବାଗ୍‌ଚି କହିଛନ୍ତି ବିଦେଶ ମନ୍ତ୍ରାଳୟ ପ୍ରଥମ ନିର୍ଦ୍ଦେଶାବଳି ଜାରି କରିବାପରଠାରୁ ଏଯାବତ ମୋଟ୍‌ ୧୮ ହଜାର ଭାରତୀୟ ୟୁକ୍ରେନ୍‌ ଛାଡ଼ି ସାରିଛନ୍ତି। ଅପରେସନ୍‌ ଗଙ୍ଗା ଅଧୀନରେ ୩୦ଟି ବିମାନ ଏଯାବତ୍‌ ୬,୪୦୦ ଭାରତୀୟଙ୍କୁ ଫେରାଇଛି। ଗତ ୨୪ ଘଣ୍ଟାରେ ୧୫ ବିମାନରେ ୩ ହଜାରରୁ ଅଧିକ ଭାରତୀୟ ପହଞ୍ଚିଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଆଉ ୧୮ଟି ଉଦ୍ଧାର ବିମାନ ଯୋଜନା କରାଯାଇଛି। ଏଥି ମଧ୍ୟରୁ ୩ଟି ହେଉଛି ବାୟୁସେନା ବିମାନ। ଆସନ୍ତା ୨ ଦିନ ମଧ୍ୟରେ ୭,୪୦୦ରୁ ଅଧିକ ଲୋକଙ୍କୁ ଭାରତ ଅଣାଯିବା ଯୋଜନା ହୋଇଛି।

 

Breaking News